ଓଟିଭି ପକ୍ଷରୁ ଖୁବଶୀଘ୍ର ଆୟୋଜନ ହେବାକୁ ଯାଉଛି ଚଳିତ ବର୍ଷର ଓଡ଼ିଶା ସିଟିଜେନ୍ସ ଆୱାର୍ଡ୍ ୨୦୨୫ । ସମୁଦାୟ ୯ଟି ବିଭାଗ ଯଥା- କୃଷି, କଳା ଓ ସଂସ୍କୃତି, ବ୍ୟବସାୟ, ଶିକ୍ଷା, ମନୋରଞ୍ଜନ, ସ୍ୱାସ୍ଥ୍ୟ, ରାଜନୀତି, ସମାଜସେବା ଏବଂ କ୍ରୀଡା କ୍ଷେତ୍ରରେ ରାଜ୍ୟ ପାଇଁ ବିଶେଷ ଅବଦାନ ଦେଇଥିବା ବ୍ୟକ୍ତିତ୍ୱଙ୍କୁ ଖୋଜି ବାହାର କରିବା ସହିତ ସେମାନଙ୍କୁ ଗୋଟିଏ ମଂଚରେ ସମ୍ମାନୀତ କରିବା ହେଉଛି ଏହାର ମୂଳ ଉଦ୍ଦେଶ୍ୟ । ଏଥିପାଇଁ ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତେବେ ୨୦୨୪-୨୫ ବର୍ଷରେ ଏସବୁ ବିଭିନ୍ନ ବିଭାଗରେ ସଫଳତା ଅର୍ଜନ କରିଥିବା ଯୋଗ୍ୟ ଇଚ୍ଛୁକ ବ୍ୟକ୍ତିତ୍ୱ ଏଥିରେ ଭାଗ ନେବା ପାଇଁ ଆମେ ଦରଖାସ୍ତ ଆହ୍ୱାନ କରୁଛୁ । ଆମକୁ ଏହି ସ୍ୱତନ୍ତ୍ର ୱେବସାଇଟର ନିର୍ଦ୍ଧାରିତ ଫର୍ମରେ ଦରକାରୀ ସୂଚନା ଦେଇ ନୋମିନେସନ ପ୍ରକ୍ରିୟାରେ ସାମିଲ ହୋଇପାରିବେ । ଅନଲାଇନ୍ ଆବେଦନର ଶେଷ ତାରିଖ ନଭେମ୍ୱର ୭ ତାରିଖ ୨୦୨୫ । ସୂଚନାଯୋଗ୍ୟ ସ୍ୱତନ୍ତ୍ର ଚୟନକର୍ତ୍ତାଙ୍କ ଦ୍ୱାରା ପ୍ରତି ବିଭାଗରୁ ୪ ଜଣ ଲେଖାଏଁ ଶ୍ରେଷ୍ଠବ୍ୟକ୍ତି ଫାଇନାଲ୍ ନୋମିନେସନରେ ସ୍ଥାନ ପାଇବେ, ଏହାପରେ ଅନଲାଇନ୍ ଭୋଟିଂ ଜରିଆରେ ଲୋକ ମାନଙ୍କ ମତାମତକୁ ଆଧାର କରି ପ୍ରତି ବିଭାଗରେ ଚୟନ ହେବେ ଓଡ଼ିଶା ସିଟିଜେନ୍ସ୍ ଆଓ୍ୱାର୍ଡ ୨୦୨୫ର ବିଜେତା ।